ବରୀରେ ବିଶାଳ ହିନ୍ଦୁ ସମ୍ମିଳନୀ

ଜୀବନଚର୍ଯ୍ୟI ଦେଶ ବିଦେଶ ଧର୍ମ ଓ ସଂସ୍କୃତି ବ୍ୟକ୍ତି ଓ ବ୍ୟକ୍ତିତ୍ୱ ମନୋରଞ୍ଜନ
Spread the love

ଯାଜପୁର ଏକ୍ସପ୍ରେସ ( ତା 19.1.2026 ରିଖ ।। ଯାଜପୁର ଜିଲ୍ଲା ଅଧିନସ୍ଥ ବରୀ ବ୍ଲକ ଅନ୍ତର୍ଗତଃ ସୁକଳ ଅଜାଣ ଛକ ପଡ଼ିଆରେ ସମଗ୍ର ହିନ୍ଦୁ ସମାଜ ବରୀଖଣ୍ଡ ଦ୍ୱାରା ଆୟୋଜିତ “ବିଶାଳ ହିନ୍ଦୁ ସମ୍ମିଳନୀ” ମହା ସମାରୋହରେ ପାଳିତ ହୋଇ ଯାଇଛି । ଗତ 18 ତାରିଖ ରବିବାର ପୂର୍ବାହ୍ନ 10 ଟା 30 ମିନିଟ ରେ ଦେବୀନିତ୍ୟ ନାଥଶର୍ମା ଙ୍କ ଦ୍ଵାରା ମଙ୍ଗଳା ଚରଣ ଓ ମନ୍ତ୍ରୋଚରଣ ହୋଇ ଶ୍ରୀ ଜଗନ୍ନାଥଙ୍କ ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ ପରେ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ କରା ଯାଇଥିଲା । ପରେ ସୁସଜ୍ଜିତ ଷ୍ଟେଜ ରେ ବର୍ଷା ରାଣୀ ମହାନ୍ତି ଓ ରୂପାଲି ଘଡେଇଙ୍କ ଦ୍ୱାରା ଆଧ୍ୟାତ୍ମିକ ଓଡିଶୀ ନୃତ୍ତ୍ୟ ପରିବେଷଣ ହୋଇଥିଲା । ଅପରାହ୍ନ 12 ଟା 5 ମିନିଟ ରେ ଆୟୋଜିତ ଧାର୍ମିକ ସଭାରେ ଆସିନ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ଗଛ ଚାରା ଅର୍ପଣ କରା ଯିବାପରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ତତ୍ପରେ ଅତିଥିମାନେ ଶୁଭ ଦ୍ବିପ ପ୍ରଜ୍ଵଳନ କରିବା ପରେ ଆଧ୍ୟାତ୍ମିକ ସଭା ଆରମ୍ଭ କରାଯାଇଥିଲା ।

ଆସୀନ ଅତିଥି ମାନଙ୍କ ମଧ୍ୟରୁ ଶ୍ରୀ ଶ୍ରୀ ଗାୟତ୍ରୀ ବଲଭାନନ୍ଦ ମହାରାଜ, ଅଜାଣ ମଠାଧିସ ବାବାଜୀ ପିତାମ୍ବର ଦାସ ମହାରାଜ, କଳା ମାଟିଆ ମଠାଧିସ ଶ୍ୟାମସୁନ୍ଦର ଦାସ ମହାରାଜ, ନାଗବଣ ଗୁପ୍ତମଠ ନେମାଳ ମଠାଧିସ ଶୁନ୍ୟପୋଥି ଧାରକ ଶ୍ରୀ ଗଗନ ମହାରାଜ ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପୂର୍ବପ୍ରାନ୍ତ ସହ ପ୍ରାନ୍ତ ପ୍ରଚାରକ ଆଦରଣୀୟ ଅସିତ କୁମାର ସାହୁ ଓ ଅନୁଷ୍ଠାନର ସଂଯୋଜକ ଅବସର ପ୍ରାପ୍ତ ଶିକ୍ଷକ, ସମାଜସେବୀ ତଥା ପୁଷ୍ପଗିରୀ ସାହିତ୍ୟ ସଂସଦ ସମ୍ପାଦକ ଶ୍ରୀ ମକର ଧ୍ୱଜ ସାହୁ ହିନ୍ଦୁ ଜାଗରଣ ହେବାକୁ ସାରଗର୍ଭକ ଉଦବୋଧନରେ ହଜାର ହଜାର ମାତୃ ମଣ୍ଡଳୀ ଓ ଆଧ୍ୟତ୍ମିକ ପନ୍ଥୀଙ୍କୁ ଉଦବେଳିତ କରିଥିଲେ । ଆୟୋଜିତ ସଭାକୁ ବିଶିଷ୍ଠ ସମାଜସେବୀ ଓ ହିନ୍ଦୁ ସଂଗଠକ ଶ୍ରୀମାନ କବିର ଦାସ, ସଂଘ ସଂଗଠକ ଶ୍ରୀ ରବୀନ୍ଦ୍ର କୁମାର ସାମଲ ଏବଂ ସ୍ଥାନୀୟ ଯୁବ ପ୍ରତିଭା ମାନେ ସୁଚାରୁରୂପେ ସଞ୍ଚାଳନ କରିଥିଲେ ।। ରିପୋର୍ଟେଡ଼ ବାୟେ ଚିଫବ୍ୟୁରୋ ମାତୃ ପ୍ରସାଦ ମହାନ୍ତି

Leave a Reply

Your email address will not be published. Required fields are marked *