ଭେଦଭାବ ରାଜନୀତିରେ ବୋଦୁଅ ବିକାଶ ପଛୁଆ ପଡିଛି।

ଜିଲ୍ଲା ଜୀବନଚର୍ଯ୍ୟI ଦେଶ ବିଦେଶ ଧର୍ମ ଓ ସଂସ୍କୃତି ବିତର୍କ ଓ ସମାଚାର ବ୍ୟକ୍ତି ଓ ବ୍ୟକ୍ତିତ୍ୱ ରାଜନୀତି
Spread the love

ବରୀ, 6/11 (ଯାଜପୁର ଏକ୍ସପ୍ରେସ ) ବରୀ ବ୍ଲକ ର 29 ଗୋଟି ପଞ୍ଚାୟତ ମଧ୍ୟରୁ ବୋଦୁଅ ପଞ୍ଚାୟତ ଯେତିକି ଚର୍ଚ୍ଚିତ ସେତିକି ଅବହେଳିତ ବୋଲି ଏକ ପରି ସଂଖ୍ୟାନ ସର୍ଭେ ରୁ ଜଣା ପଡୁଛି। ବିଶେଷ କରି ଚାଷୀ ବହୁଳ ବୋଦୁଅ ପଞ୍ଚାୟତ ଦେଶ ସ୍ୱାଧୀନ ହେବାର 80 ବର୍ଷ ମଧ୍ୟରେ ରାସ୍ତାଘାଟ ଦୁରବସ୍ଥା ସହ ସରକାରୀ ଯୋଜନାରେ ଯେଉଁ ଦୁର୍ବଳ ଭିତିଭୂମି ପରିଦୃଶ୍ୟ ହେଉଛି ତାହା ସମଗ୍ର ପଞ୍ଚାୟତ ର ବିକଳ ଅବସ୍ଥାରେ ଉଦବେଗ ସହ ଅଜସ୍ର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରାୟ 5 ହଜାର ଭୋଟରଙ୍କ ମଧ୍ୟରୁ 40% ଭୋଟରଙ୍କ ଆର୍ଥିକ ସ୍ୱଚ୍ଛଳ ଥିବା ଜଣା ପଡୁଥିଲେ ବି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟା ଧୋଇରେ ଚାଷ ଧୋଇ ଯାଉ ଥିବାରୁ ଅଧିକାଂଶଙ୍କ ଜୀବନ ଧାରଣ ମାନ ଆଖି ଦୃଶିଆ ଉନ୍ନତି ଘଟୁ ନାହିଁ।

ସେଥିରେ ପୁଣି ଗାଇଛନ୍ଦ ରାଜନୈତିକ ଇଛାଶକ୍ତି ଓ ବାହ୍ୟ ଅହେତୁକ ଚାପ ରେ ପଞ୍ଚାୟତ ବାସୀଙ୍କ ସୁନେଲି ସ୍ବପ୍ନ ଦିବା ସ୍ବପ୍ନରେ ପରିଣତ ହୋଇ ଯାଉଛି। ତଥାପି ପ୍ରାୟ 7 ହଜାର ପଞ୍ଚାୟତ ବାସୀଙ୍କ ମଧ୍ୟରୁ 3 ଜଣ ଓଏସ, 50 ଜଣ ଇଞ୍ଜିନିୟର ଓ ଅନ୍ୟାନ୍ୟ ଚାକିରୀରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ଅବସ୍ଥାପିତ ଥିଲେ ବି ଦେଢ଼ ହଜାର ଚାକିରୀ ଆଶାୟୀ ବେକାରୀ ଥିବା କିଛି ପ୍ରମୁଖ ଲୋକ କହନ୍ତି। ପାଖ ବ୍ଲକ ବିଂଝାରପୁର ଅଧୀନ ବରୁଣେଶ୍ୱର କଲେଜରେ 50/60 ଜଣ ଉଚ୍ଚ ଶିକ୍ଷା ଗ୍ରହଣ କରୁଛନ୍ତି। ପଞ୍ଚାୟତ ସ୍ଥିତ ଏରଡ଼ା ପ୍ରାଥମିକ, ଏମ. ଇ. ହାଇସ୍କୁଲ, ସରବରା 1 7

ପ୍ରାଥମିକ ବିଦ୍ୟାଳୟ, କନ୍ତିଆ ପ୍ରାଥମିକ ନୋଡାଲ, ବୋଦୁଅ ପାଳସାହି ପ୍ରାଥମିକ, ବିବି ବିଦ୍ୟାପୀଠ ଓ ନୋଡାଲ କୁମ୍ଭୁକା ଓ ଜଜ୍ଞଶ୍ୱର ନୋଡାଲ ରେ ପ୍ରାୟ 800 ଜଣ ଛାତ୍ର/ଛାତ୍ରୀ ପାଠ ପଢ଼ୁଥିବା ଜଣାଯାଏ। ସମଗ୍ର ପଞ୍ଚାୟତ ରେ ଏସ ସି 45%, ଓବିସି 50%, ଖାଲି ବ୍ରାହ୍ମଣ ସମ୍ପ୍ରଦାୟ ଜେନେରାଲ ମାତ୍ର 5% ବସବାସ କରୁଥିବା ବେଳେ, ମୁସଲମାନ ଖ୍ରୀଷ୍ଟିଯାନ ଏସ ଟି ଆଦୌ ବାସିନ୍ଦା ନାହାଁନ୍ତି। 90% ଲୋକ ନିଜସ୍ୱ ନଳକୂପ ପାଣି ବ୍ୟବହାର କରୁଥିବା ବେଳେ 10% ଲୋକ ସରକାରୀ ନଳକୂପ ବ୍ୟବହାର କରୁଛନ୍ତି। ପଞ୍ଚାୟତ ମଧ୍ୟରେ ଛୋଟବଡ଼ 30 ଜଣ ନିଜସ୍ୱ ପାଣ୍ଠିରେ ଖୁଚୁରା ବ୍ୟବସାୟୀ ଥିଲା ବେଳେ ପ୍ରାୟ ଦୁଇ ହଜାର ବେକାରୀ ବହୁ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି। ପୂର୍ବ ସରପଞ୍ଚ ଅମଳରୁ 308 ଜଣ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ଏବର ସରପଞ୍ଚଙ୍କ ଉଦ୍ୟମରେ ନୂତନ 136 ଜଣ ସରକାରୀ ପଞ୍ଜିକୃତ ବୃଦ୍ଧବୃଦ୍ଧା ବିଭାଗୀୟ ଅବହେଳାରେ ଭତ୍ତା ନପାଇବା ବଡ଼ ଦୁଃଖ ଦାୟକ ହେଉଛି। ପାଖାପାଖି 60 ଏସଏଚଜୀ ରେ 600 ଗ୍ରାମୀଣ ବ୍ୟାଙ୍କରୁ ସ୍ୱଳ୍ପସୁଦ୍ଧ ଆର୍ଥିକ ଋଣ ପ୍ରୋତ୍ସାହନ ରେ ମହିଳାମାନେ ଆତ୍ମ ନିର୍ଭର ଶୀଳ ଥିବା ବେଳେ ଘରପିଛା 1,2,3, ଜଣ ସୁଭଦ୍ରା ଯୋଜନାରେ ଉପକୃତ ମହିଳାଙ୍କ ମନରେ ସରକାରଙ୍କ ପ୍ରତି ପ୍ରଂଶସା ପରିଲକ୍ଷିତ ହେଉଛି। ତଥାପି 100 ଜଣ ମହିଳା ବିଭିନ୍ନ କାରଣରୁ ବାଦ ପଡିଛନ୍ତି। ସରକାରୀ ଖୁଚୁରା ରାସନ ଦୋକାନର ତିନିଜଣ ଡିଲର ଥିଲାବେଳେ ଜଣେ ଡିଲରଙ୍କ ଖରାପ ବ୍ୟବହାର ଓ ଠିକ ସମୟରେ ରାସନ ନଦେବା କାର୍ଡଧାରୀ ଅତିଷ୍ଠ ହେଉଛନ୍ତି। ବୋଦୁଅ ପଞ୍ଚାୟତ ର ଅଧିକାଂଶ ଚାଷୀ ପ୍ରାୟ 1 ହଜାର ଏକର ଜମିରେ ଚିନା ବାଦାମ ଚାଷ ଉପରେ ନିର୍ଭରଶୀଳ ଥିଲା ବେଳେ ଡାଳୁଅ, ଅସିଣା, ବିଓଳି ଧାନ, ବିରି,ପୋଟଳ, ବାଇଗଣ ଓ କଲରା ପରିବା ଚାଷ ସହ ଗୋ ସମ୍ପଦ , ଛେଳି, କୁକୁଡ଼ା ପାଳନ କୁ ଗୁରୁତ୍ୱ ଦେଉଛନ୍ତି। ସମଗ୍ର ପଞ୍ଚାୟତ ରେ ଜଣେ ମାତ୍ର ସୁରେନ୍ଦ୍ର ମଲିକ ସରକାରୀ ପ୍ରୋତ୍ସାହନ ରେ ନିଜ ପୋଖରୀ ରେ ମାଛ ଚାଷ କରୁଛନ୍ତି। ପ୍ରାୟ 25 ରୁ ଉର୍ଦ୍ଧ୍ୱ ଗ୍ରାମ୍ୟ କଂକ୍ରିଟ ରାସ୍ତା ମରାମତି ଅଭାବ ରୁ ଖାଲଖମା ରେ ଚାଲିବା କଷ୍ଟକର ଥିବା ବେଳେ ମାଳ ମାଳ ଗାଡ଼ିଆ ପୋଖରୀ ଦଳମୟ ଓ ଅପରିଷ୍କାର। ସରବରା କନ୍ତିଆ ରାସ୍ତା ସହ ଅନ୍ୟ ଜଳାଶୟ ପାଖ ବନ୍ଧ ଗୁଡିକର ଗାର୍ଡ ୱାଲ ଅଧା ପନ୍ତରିଆ ହୋଇ ରହିବା ପଥ ଚାରୀଙ୍କୁ ବିପଦ ସୃଷ୍ଟି କରିବା ସହ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅର୍ଥ ଆତ୍ମସାତ ହୋଇଥିବା ଜଣା ପଡୁଛି। ବିଶେଷ କରି 35 ଲକ୍ଷ ଟଙ୍କାରେ ନିର୍ମିତ କଲ୍ୟାଣ ମଣ୍ଡପ ପୋଖରୀ ଭିତରେ ଏବଂ କ୍ରୀଡା ଯୋଜନାରେ ମିନି ଷ୍ଟାଡିୟମ ବିଲ ପାଣି ଘେରରେ ଜଳକ୍ରୀଡା କରିବାକୁ ଉପଯୁକ୍ତ ଜଣା ପଡୁଛି। ବସୁଧା ଯୋଜନାରେ ସୁଉଚ୍ଚ ପାଣିଟାଙ୍କି ଥାଇ ବି ଲୋକେ ପାଣି ଟ୍ୟାପରୁ ସ୍ୱଚ୍ଛ ଜଳ ନପାଇ ସ୍ୱାସ୍ଥ୍ୟ ଗତ ସମସ୍ୟା ଭୋଗୁଛନ୍ତି। ବୋଦୁଅ ରେବଲରୁ କନ୍ତିଆ ରେବଲ ଯାଏ ଖରସ୍ରୋତା ନଈ କୂଳେ କୂଳେ ଲମ୍ବିଥିବା ସୁଉଚ୍ଚ ବଡ଼ ଆଡି ବନ୍ଧ ପଞ୍ଚାୟତ ବାସୀଙ୍କ ସହ ଅନ୍ୟ ପଥ ଯାତ୍ରୀଙ୍କ ପ୍ରମୁଖ ସଡ଼କ ରାସ୍ତା। କଂକ୍ରିଟ କିମ୍ବା ପିଚୁର ନାମଗନ୍ଧ ନାହିଁ। ଏ ମୁଣ୍ଡରୁ ସେ ମୁଣ୍ଡ ରାସ୍ତାସାରା ଡେଣୁଆଁ ବିଛାଡି ହୋଇ ପଡି ଥିବାରୁ ଯାନବାହନ ଓ ପଥଚାରୀ ଙ୍କୁ ବିରାଟ ସମସ୍ୟା ହେଉଛି। ବୋଦୁଅ ରେ ପଞ୍ଚାୟତ ଅଫିସ ସୁଦୃଶ୍ୟ ନବୀକରଣ, ସରବରା କଂକ୍ରିଟ ରାସ୍ତା, ବିବି ହାଇସ୍କୁଲ କୁ 5ଟି ରେ 10 ଲକ୍ଷ୍ୟ ଅନୁଦାନ, କିଛି ଗ୍ରାମ୍ୟ ରାସ୍ତା, କନ୍ତିଆ ସ୍କୁଲ ବାଉଣ୍ଡାରୀ, 2ଟି ଅଙ୍ଗନବାଡି, ଭେଟନାରୀ, ଷେଣ୍ଢ ମନ୍ଦିର ସିସି, ଶନି ମନ୍ଦିର ସିସି, କୁମ୍ଭୁକା ମଳିକ ସାହି କ୍ଳବ ଘର, କନ୍ତିଆ ମଣିକ ମନ୍ଦିର ସିସି, ନୂତନ ବିଏଲଓ କ୍ଵାଟର ଏବଂ ସ୍ୱାଇଁ ସାହିରୁ କନ୍ତିଆ ସ୍କୁଲ ଯାଏ 22 ଲକ୍ଷ ବ୍ୟୟରେ ଆଦର୍ଶ ସଡ଼କ ଓ ହନୁମାନ ମନ୍ଦିର ସିସି ଏବର ସରପଞ୍ଚ ଦେବୀ ପ୍ରସାଦ ମିଶ୍ରଙ୍କ ନିଜସ୍ୱ ଚେଷ୍ଟା ରେ ପଞ୍ଚାୟତ ଓ ଅନ୍ୟାନ୍ୟ ଅନୁଦାନ ରେ ଫଳବତୀ ହୋଇଥିବା କିଛି ପଞ୍ଚାୟତ ବାସୀ କହିଛନ୍ତି। ସେହିପରି ଆଗରୁ ଏବଂ ଏବେ ଏବେ ଅନେକ କାର୍ଯ୍ୟ ଦୀର୍ଘ ସ୍ଥାୟୀ ନୁହେଁ ବୋଲି ଏବଂ କଂଗ୍ରସ ହିଁ ଦୀର୍ଘସ୍ଥାୟୀ କାର୍ଯ୍ୟ କରେ ବୋଲି ପିଣ୍ଟୁ ଧଳ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଦେଶ ସ୍ୱାଧୀନ ହେବା ପରେ ବୋଦୁଅ ପଞ୍ଚାୟତ କାର୍ଯ୍ୟକାରୀ ଦିନରୁ ନଅ ଜଣ ସରପଞ୍ଚ ଙ୍କ ମଧ୍ୟରୁ ବିଚିତ୍ରା ନନ୍ଦ ଜେନା ଓ ଦେବୀ ପ୍ରସାଦ ମିଶ୍ର ପଂଚାୟତରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ବୋଲି କିଛି ପ୍ରମୁଖ ବ୍ୟକ୍ତି ପ୍ରକାଶ କରିଥିବା ବେଳେ ବୋଦୁଅ ପଞ୍ଚାୟତ ର ପ୍ରଥମ ସରପଞ୍ଚ ଅଭିରାମ ଧଳ ଥିଲେ ବୋଲି ଜଣା ପଡିଛି। ସେ ଯାହା ବି ହେଉ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେଡି ର ଜଣେ ପ୍ରାକ୍ତନ ବିଧାୟିକା ଓ ଏବର ବିଧାୟକଙ୍କ ସହ ଏବଂ ବିଜେପିରେ ମିଶ୍ରଣ ପରେ ବି ମିଶ୍ରଣକାରୀ ନେତାଙ୍କ ପାଖରେ ରାଜନୈତିକ ଦୃଢ଼ତା ସରପଞ୍ଚ ଙ୍କ ସହ କୌଣସି ଅଦୃଶ୍ୟ କାରଣ ପାଇଁ ତାଳମେଳ ରହୁ ନ ଥିବାରୁ ପଞ୍ଚାୟତ ବାସୀ ଯଥେଷ୍ଟ ସରକାରୀ ସୁବିଧା ନପାଇ ବହୁବିଧ ଅସୁବିଧା ଭୋଗୁଥିବା ଜଣା ଯାଇଛି । ବୋଦୁଅ ରେବଲ ଠାରୁ ଚିଙ୍ଗୁଡ଼ିଆ କୂଳେ କୂଳେ ବନ୍ୟା ନିରୋଧୀ ଓ ବନ୍ୟା ନିୟନ୍ତ୍ରଣ ରିଂ ବନ୍ଧ ସହ ଜଳ ନିଷ୍କାସନ ମାର୍ଗ, ଜୀବନ ରେଖା କୁହା ଯାଉଥିବା କନ୍ତିଆ ରେବଲ ଠାରୁ ବନ୍ଧମୁଣ୍ଡା ମୁଖ୍ୟ ସଡକ ର ସୁଦୃଢ଼ୀ କରଣ ସହ କଂକ୍ରିଟ କରିବା, ଚାଷୀଙ୍କ ଉନ୍ନତି, ଏବଂ ଏକ କଂକ୍ରିଟ ପୋଲ ବୋଦୁଅ ଏରଡ଼ାକୁ ସଂଯୋଗ ହେଲେ ବରୀ ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଓ ବରୀ ତହସିଲକୁ ସହଜେ ଯାତାୟାତ କରି ପଞ୍ଚାୟତ ବାସୀ ସୁଫଳ ପାଇ ପାରିବେ ବୋଲି ସରପଞ୍ଚ କହିଛନ୍ତି। ବର୍ଷାଦିନେ ଖରସ୍ରୋତାର ଉଦବୃତ୍ତ ବଢିପାଣି ପ୍ରଚୁର ପରିମାଣରେ କନ୍ତିଆ ରେବଲ, ବୋଦୁଅ ରେବଲ ବାଟେ ଯାଇ ବରୀ ଅଞ୍ଚଳକୁ ବୁଡାଇ ଦେବା ପ୍ରମୁଖ କାରଣ ବୋଲି ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *