ଶିକ୍ଷା ସୁବ୍ୟବସ୍ଥିତ ସମାଜ ଗଠନରେ ନୂତନ ଦିଗନ୍ତ ପଥ ପ୍ରଦର୍ଶକ – ରାଜ୍ୟପାଳ

SPECIAL STORY ଜିଲ୍ଲା ଦେଶ ବିଦେଶ ମନୋରଞ୍ଜନ
Spread the love

ବରୀ ( ଯାଜପୁର ଏକ୍ସପ୍ରେସ ) ତା ୨୫/୦୪/୨୦୨୩ ରିଖ । ବୀରମାଟି ବରୀର ଦାୟାଦ ମାନଙ୍କୁ କୋଟିକୋଟି ପ୍ରଣାମ । ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ବଡ ମଣିଷ ଅପେକ୍ଷା ଭଲ ମଣିଷ ହେବା କ୍ଷେତ୍ରରେ ସହାୟକ ହୋଇଥାଏ । ବାପା ମା’ଙ୍କ ଆଶୀର୍ଵାଦ ସବୁବେଳେ ପିଲାମାନଙ୍କ ପ୍ରତି ରହିଛି ଓ ଗମୁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି । ଏହି ଦିନଟି ତାଙ୍କ ପାଇଁ ଚିର ସ୍ମରଣିୟ ହୋଇ ରହିବ ବୋଲି ମହାମହିମ ରାଜ୍ୟପାଳ ଗଣେଶି ଲାଲ୍ ଗତ କାଲି ୨୪ ଏପ୍ରିଲ ଆୟୋଜିତ ଉତ୍ସବ ସଭାରେ ମତରଖିଥିଲେ । ଅପରପକ୍ଷରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଷ୍ଠାର ସହ ନିଜର ପାରଦର୍ଶିତା ପ୍ରମାଣିତ କଲେ ସେମାନେ ଆଗାମୀ ଦିନରେ ଦେଶ ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । କିନ୍ତୁ ବରୀ ବିଧାୟିକା ସୁନନ୍ଦା ଦାସ ତାଙ୍କ ନିଜ ବକ୍ତବ୍ୟ ଏକ ନିଆରା ଢଙ୍ଗରେ ପରିପ୍ରକାଶ କରିଥିଲେ । ତାଙ୍କ ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ଓଡିଆଣୀ ମହାମହିମ ରାଜ୍ୟପାଳ ଓଡିଆ ବୁଝି ପାରିବେ କି ନାହିଁ ସେହି ମର୍ମରେ ହିନ୍ଦିରେ ଅଭିଭାଷଣ ରଖି ତାହା ତୃଟି ପୂର୍ଣ୍ଣ ଥିଲେ ମୋତେ କ୍ଷମା କରିବେ କରିବେ ବୋଲି ସ୍ୱୀକାର କରିଥିଲେ । ବିଧାୟିକାଙ୍କ ହିନ୍ଦୀ ଓ ଓଡିଆ ମିଶ୍ରିତ ଅଭିଭାଷଣ ସମୟରେ ରାଜ୍ୟପାଳ, ବିଧାୟକଙ୍କ ସମେତ ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିବା ବରୀ ଅଞ୍ଚଳର ଦର୍ଶକ ମାନେ ଭାବ ବିହ୍ଵଳ ହୋଇପଡିଥିଲେ । ସତେ ଯେମିତି ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ଜୟ ଜଗନ୍ନାଥର ଶବ୍ଦ ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ଥିବା ଲୋକମାନେ ସମ ସ୍ଵରରେ ଜୟ ଜଗନ୍ନାଥ କହିବା ଯୋଗୁ ଏକ ଧାର୍ମିକ ପରିବେଶ ସୃଷ୍ଟି ହେବାର ଲକ୍ଷ କରାଯାଇଥିଲା ।

ଉକ୍ତ ସୁବର୍ଣ୍ଣ ଜୟନ୍ତୀ ଉଦ୍‌ଯାପନ ଦିବସରେ ଗମୁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପରିଡା ସଭାପତିତ୍ବ କରିଥିବା ବେଳେ ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ସାମ୍ବାଦିକ ପ୍ରତାପ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମହାପାତ୍ର, ଶିକ୍ଷକ ପାଣ୍ଡବ ଚନ୍ଦ୍ର ମହାପାତ୍ର ଓ ଶିକ୍ଷକ ଦର୍ଶନୀ ଚରଣ ନାୟକଙ୍କୁ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସୁବାଷ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟ ଦେବ ପ୍ରସାଦ ମହାନ୍ତି , ବରୀ ବ୍ଲକ ।

Leave a Reply

Your email address will not be published. Required fields are marked *