ବରୀ ବିଜେପି ରୁ ଉମେଶ ଜେନା ପ୍ରାର୍ଥୀପତ୍ର ଦାଖଲ କଲେ ।

ଜିଲ୍ଲା ଦେଶ ବିଦେଶ ରାଜନୀତି ରାଜ୍ୟ
Spread the love

ବରୀ, ( ଯାଜପୁର ଏକ୍ସପ୍ରେସ ) ତା 10.05.2024 ରିଖ । ବରୀ ନିର୍ବାଚନ ମଣ୍ଡଳୀର ବହୁପ୍ରତିକ୍ଷିତ ଭାଜପା ପ୍ରାର୍ଥୀ ଉମେଶ ଜେନା ଆଜି ତାଙ୍କ ଦଳ ବଳ ଓ ହଜାର ହଜାର ସମର୍ଥକଙ୍କ ସହ ଯାଇ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଖବର ନେବାରୁ ଜଣା ଯାଏ ଆଜି ବିଜେପି ପ୍ରାର୍ଥୀ ଶ୍ରୀ ଜେନା ଏକ ବିରାଟ ପଟୁଆରରେ ପୂର୍ବାହ୍ନ 9 ଘ. 45 ମିନିଟରେ ନିଜ ଗାଁ ରତ୍ନଗିରିରୁ ବାହାରି ଅଲ୍ଲିପୁର ବ୍ଲକ ଛକ ଦେଇ ବରୀମାଉଣ୍ଡ ମୁଖ୍ୟ ବଜାର ଓ ସୁଜନପୁର ବରୁହାଁ ରାସ୍ତାରେ ପ୍ରାୟ 3 ହଜାର ବାଇକ ଓ ସୁ ସଜ୍ଜିତ 100ରୁ ଅଧିକ ବିଭିନ୍ନ ଚାରି ଚକିଆ ଯାନରେ 8 ହଜାର ଯାଏଁ ନିଜ ସମର୍ଥକ ମାନଙ୍କ ଗହଣରେ ସ୍ଲୋଗାନ ମାଧ୍ୟମରେ ଯାଜପୁର ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟ ପରିସରରେ ନିୟମାନୁଯାୟୀ ପହଞ୍ଚି ଥିଲେ । ତାଙ୍କ ସହିତ ବରୀନିର୍ବାଚନ ମଣ୍ଡଳୀର ପୁରୁଖାନେତା ତଥା ଯାଜପୁର ଜିଲ୍ଲା ବିଜେପି କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡା, ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଓ ଅନ୍ୟତମ ଟାଣୁଆ ଯୁବ ନେତା ବିବେକାନନ୍ଦ ଜେନା, ଯାଜପୁର ଜିଲ୍ଲା ସ୍ଵଛଭାରତ ସଂଗଠନର ସଭାପତି ଓ ବିଜେପି ନେତା ପ୍ରଫୁଲ୍ଲ ଗିରି, ମନସ୍ୱିନୀ ଦାସ, ବାବୁ ଶାନ୍ତି, ପ୍ରଦୀପ ଦାସ, ବରୀ ବିଜେପି ଯୁବମୋର୍ଚ୍ଚା ସଭାପତି ରାଜୁ ପରିଡା, ସୌଭାଗ୍ୟ ନନ୍ଦ ମିଶ୍ର, ବଳରାମ ବେହେରା, ଶୁଶାନ୍ତ ସାହୁ, ନିର୍ମଳ ସାମଲ, ଚିତ୍ତରଞ୍ଜନ ଜେନା ପ୍ରମୁଖଙ୍କ ସହ ଆହୁରି ଅନେକ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିବା ଜଣା ଯାଇଛି ।

ଅପରାହ୍ନ 1 ଘଣ୍ଟା 14 ମିନିଟ ଯାଜପୁର ଜିଲ୍ଲା ଉପଜିଲ୍ଲାପାଳଙ୍କ ପାଖରେ ବରୀ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ଶ୍ରୀ ଉମେଶ ଜେନା ଆଶୁତୋଷ ପରିଡା, ବିବେକାନନ୍ଦ ଜେନା, ପ୍ରଫୁଲ୍ଲ ଗିରୀ ଓ ଅନ୍ୟମାନଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିଙ୍କରେ ନିଜର ଏକ ସେଟ ପ୍ରାର୍ଥୀପତ୍ର ଦାଖଲ କରି ବରୀକୁ ଫେରିଥିବା ଜଣା ଯାଇଛି । ରିପୋର୍ଟ ମାତୃ ପ୍ରସାଦ ମହାନ୍ତି, ଯାଜପୁର ଜିଲ୍ଲା ପ୍ରତିନିଧି ।

Leave a Reply

Your email address will not be published. Required fields are marked *