ଓଁକାର ସଂଗଠନର 23ତମ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ।

ଜିଲ୍ଲା ଧର୍ମ ଓ ସଂସ୍କୃତି ମନୋରଞ୍ଜନ ରାଜ୍ୟ
Spread the love

ବରୀ,ତା ୧୧.୦୩.୨୦୨୩ ରିଖ :- ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଥିବା ଓଁକାର ସୋସିଆଲ ଅର୍ଗାନାଇଜେସନ, ଧାରପୁରର ୨୩ ତମ ଓଁକାର ସମ୍ମାନ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି l କରୋନା ପ୍ରଭାବରୁ ବିଗତ ୨ ବର୍ଷ ହେଲା ଏହା ବନ୍ଦ ରହିଥିବା କାରଣରୁ ଏ ବର୍ଷ ଭବ୍ୟ ଆୟୋଜନ କରାଯାଇଛି l ଏହି ଉତ୍ସବରେ ଉଦଘାଟକ ଭାବେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରିତି ରଞ୍ଜନ ଘଡ଼ାଇ ଯୋଗଦେଉଥିବା ବେଳେ ମୁଖ୍ୟ ଅତିଥି ରାଜସ୍ବ ଓ ବିପର୍ଯୟ ପ୍ରଶମନ ବିଭାଗ ମନ୍ତ୍ରୀ ପ୍ରମିଳା ମଲିକ, ବିଶିଷ୍ଟ ଅତିଥି ରାଜ୍ୟ ସଂଗଠନ ସମ୍ପାଦକ, ବିଜୁ ଜନତା ଦଳ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ,କୋରେଇ ବିଧାୟକ ଅଶୋକ କୁମାର ବଳ ଓ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେବାର କାର୍ଯ୍ୟକ୍ରମ ସଂଗଠନ ପକ୍ଷରୁ ଜଣା ପଡ଼ିଛି l ସିନେ ଜଗତର ଲୋକପ୍ରିୟ ବିଶିଷ୍ଟ ଓ ନାମୀଦାମୀ କଳାକାର ସିଦ୍ଧାନ୍ତ ମହାପାତ୍ର, ଇସା ବେବର୍ତ୍ତା, ପ୍ରଦ୍ୟୁମ୍ନ ଲେଙ୍କା, ସୋଫିଆ ଆଲାମ,ପ୍ରିୟଙ୍କା ମହାପାତ୍ର, ପ୍ରକାଶ ଜେନା,ପାୟଲ ଜେନା,ଶୁଭମ ପଣ୍ଡା,ସୁଧାଂଶୁ ମୋହନ ସାହୁ,ପ୍ରିୟବ୍ରତ ପଣ୍ଡା ଏବଂ ସଂଗୀତ ଜଗତର ପଙ୍କଜ ଜାଲ,ଟି ସୌରୀ, ତାରିକ ଅଜିଜ,ସୁବାଶିଷ ମହାକୁଡ଼,ମୋନାଲି ମଧୁସ୍ମିତା ଓ ଶିବ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ ନିଜ ନିଜ ପ୍ରତିଭା ଉପସ୍ଥାପନ କରିବେ l ଓଁକାର ସଂଗଠନର ସଭାପତି ତଥା ଗୀତିକାର ଓ ସଂଗୀତକାର ଦିଲ୍ଲୀପ ଜେନା ସୂଚନା ଦେଇଛନ୍ତି ।
ରିପୋର୍ଟ ମାତୃପ୍ରସାଦ ମହାନ୍ତି, ବରୀ ବ୍ଲକ ।

Leave a Reply

Your email address will not be published. Required fields are marked *