ବରୀ ବିଜେଡି ଟିକେଟ ବିଶ୍ୱ ପାଇବାପରେ ସୁନନ୍ଦାଙ୍କ ତୀବ୍ର ଅସନ୍ତୋଷ ।

E-PAPER
Spread the love

ବରୀ, ( ଯାଜପୁର ଏକ୍ସପ୍ରେସ ) 22.04.2024 ରିଖ । ବରୀ ନିର୍ବାଚନ ମଣ୍ଡଳୀର ବିଜେଡି ଟିକେଟ ବହୁଚର୍ଚ୍ଚିତ ଯୁବ ବିଜେଡି ନେତା ବିଶ୍ୱ ରଞ୍ଜନ ମଲ୍ଲିକ ହାତେଇବା ପରେ ବିଜେଡିରେ ତେଜିଲା ତୀବ୍ର ଅସନ୍ତୋଷ !
ବରୀ ଆସନରେ ବିଜେଡ଼ି ପକ୍ଷରୁ ଆଜି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା ପରେ ଟିକେଟ ହରାଇଥିବା ବିଧାୟିକା ସୁନନ୍ଦା ଦାସଙ୍କ ଗଣମାଧ୍ୟମକୁ କ୍ଷୋଭଭରା ତୀବ୍ର ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ, ଶାନ୍ତିପ୍ରିୟ ବରୀକୁ ଅଶାନ୍ତ କରିବା ପାଇଁ ଯେଉଁ ଚକ୍ରାନ୍ତ କାରୀମାନେ ତାଙ୍କଠାରୁ ବଦଲା ନେବା ପାଇଁ ମୋ ବଦଳରେ ଯାହାଙ୍କ ହାତରେ ଦଳୀୟ ଟିକେଟ ଟେକି ଦେବାରେ ସଫଳ ହୋଇଛନ୍ତି ସେମାନେ ବରୀ ନିର୍ଵାଚନ ମଣ୍ଡଳୀ ବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ପ୍ରଭୁ ଜଗନ୍ନାଥ ସେମାନଙ୍କୁ ନିଶ୍ଚୟ ଉଚିତ୍ ଦଣ୍ଡ ଦେବେ । ମୋ ସପକ୍ଷରେ ସମସ୍ତ ରିପୋର୍ଟ ଠିକ୍ ଥିଲା ଏବଂ ଗତକାଲି ପର୍ଯ୍ୟନ୍ତ ମଧ୍ୟ ମୁଁ ଜାଣିଥିଲି ଯେ ପ୍ରାର୍ଥୀ ହେବାକୁ ଯାଉଛି । କିନ୍ତୁ ଆଜି ମୋ ଟିକେଟ କଟିବା ଘଟଣାରେ ମୋ ମୁଣ୍ଡ ଓ ମିଜାଜ୍ ପୁରା ଗରମ୍ ହୋଇଯାଇଛି ଏବଂ ମୁଣ୍ଡ ଥଣ୍ଡା ହେଲେ ମୁଁ ମୋର ପରବର୍ତ୍ତୀ ପଦକ୍ଷେପ ନେଇ ଖୁବଶୀଘ୍ର ଜଣାଇବି ବୋଲି ପ୍ରେସ ମିଟ କହିଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ ସୁନନ୍ଦା ୨୦୦୭ରେ ଯାଜପୁର ଜିଲ୍ଲାରୁ ଏକମାତ୍ର ଜିଲ୍ଲା ପରିଷଦ ସଦସ୍ୟ ଭାବେ ଏବଂ ୨୦୧୭ରେ ବରୀ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ସେ ଅଚାନକ ବିଜେପି ଛାଡି ବିଜେଡିରେ ଯୋଗଦେଇ ଦେବାଶିଷ ନାୟକଙ୍କୁ ପଛରେ ପକେଇ ବିଜେଡି ଟିକେଟ ପାଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚରେ ସୁନନ୍ଦା ଦାସ ବିଜେଡି ଟିକେଟ ନପାଇବାରୁ ତାଙ୍କ ରାଜନୈତିକ କ୍ୟାରିଅର ଅନ୍ଧକାର ଆଡକୁ ଠେଲି ହୋଇଗଲା ବୋଲି ଚର୍ଚ୍ଚା ଜୋର ଧରିଛି । ସେ ଯାହା ବି ହେଉ ଶ୍ରୀମତୀ ଦାସ ପୁଣି ତାଙ୍କ ପୁରୁଣାଘର ବିଜେପି କୁ ଫେରି ପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି । ରିପୋର୍ଟ ମାତୃ ପ୍ରସାଦ ମହାନ୍ତି , ଯାଜପୁର ।

Leave a Reply

Your email address will not be published. Required fields are marked *