ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ବିବେକାନନ୍ଦ ଜେନାଙ୍କ ଜନସଚେତନା ଅଭିଯାନ।

ଜିଲ୍ଲା ରାଜନୀତି ରାଜ୍ୟ
Spread the love

ଯାଜପୁର, ତା ୧୭.୧୧.୨୦୨୩ ରିଖ ( ଯାଜପୁର ଏକ୍ସପ୍ରେସ ), ଯାଜପୁର ଜିଲ୍ଲା ଅନ୍ତର୍ଗତଃ ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ବୁଲି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ତଥା ବରୀ ଅଞ୍ଚଳର ଅନ୍ୟତମ ପ୍ରମୁଖ ଯୁବ ନେତା ବିବେକାନନ୍ଦ ଜେନା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ପାଇଁ ଅହରହ ବ୍ରତ୍ତି ରହି ଲୋକ ସଚେତନତା ଅଭିଯାନ ଚଳେଇ ଛନ୍ତି ।

ସେହିପରି ନିକଟରେ ବରୀ ବ୍ଲକର କିଛି ଅଞ୍ଚଳ ପରେ ଏବେ ରସୁଲପୁର ବ୍ଲକର ଝାଲପଡା ପଞ୍ଚାୟତରେ କୌଳିକ ବୃତ୍ତିକୁ ଆପଣେଇ ଜୀବିକା ନିର୍ବାହ କରୁଥିବା ଜାଲବୁଣା କାରୀଗର ମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ କରିବାକୁ ପ୍ରଚେଷ୍ଟା କରିଥିବାବେଳେ, ମଙ୍ଗରାଜ ପୁରରେ ଥିବା କମାର ସାହି ଓ ରାଉତରା ପୁରରେ କଂସାରୀ ସାହି ପରିବାର ମାନଙ୍କୁ ଭେଟି ଏହି ଯୋଜନାର ସଫଳ ରୂପାୟନ ପାଇଁ ସଚେତନତା କରିଛନ୍ତି । ଶ୍ରୀ ଜେନାଙ୍କ ସହ ସ୍ଥାନୀୟ ଜଗନ ଘଡାଇ, ଆଦିକନ୍ଦ ରାଉତ, ସୂର୍ଯ୍ୟକାନ୍ତି ମଲିକ, ନିଷିକାନ୍ତ ବିଶ୍ୱାଳ, ଅଚ୍ୟୁତ ମହାଳିକ, ପ୍ରଶାନ୍ତ ଦାସ, ଚିତ୍ତ ଗନ୍ତାୟତ ଦେବାଶିଷ ପ୍ରମୁଖ ବିଜେପି କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି । ବରୀ ବ୍ଲକରୁ ଦେବ ପ୍ରସାଦ ମହାନ୍ତିଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *