ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେlଇଯାଇଛି

ଖେଳ ଜିଲ୍ଲା
Spread the love

ବରୀ ତା ୧୦.୦୩.୨୦୨୩ ରିଖ , ବରୀବ୍ଲକ ଅଧୀନ ରମ୍ପା ପଞ୍ଚାୟତ ସ୍ଥିତ ରମ୍ପା ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେlଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷା ଜ୍ୟୋସ୍ନା ରାଣୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ବରୀ ଶିକ୍ଷା ମଣ୍ଡଳ ଅଧିକାରୀ ଗୁରୁଚରଣ ଷଢଙ୍ଗୀ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ସମ୍ମାନୀତା ଅତିଥୀ ସିଆରସିସି ବନିତା ବେହେରା, ମୁଖ୍ୟ ବକ୍ତା ଭାବେ ଆଦିକନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତ୍ନାକର ପଲେଇ,ସ୍ୱାଗତ ଭାଷଣ ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ଜେନା ଦେଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l ସହକାରୀ ଶିକ୍ଷୟିତ୍ରୀ ପଲ୍ଲବୀ ସାହୁ ଅତିଥୀ ପରିଚୟ ପ୍ରଦାନ କରିଥିଲେ l

କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ପିଲାମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ନାନିତ କରାଜାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ୯୦ ଜଣ କୃତ୍ତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ବିଇଓ ଶ୍ରୀଯୁକ୍ତ ଷଡଙ୍ଗୀ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବିଜୟ କୁମାର ସାମଲ,ପ୍ରବୀର କୁମାର ଦାସ,ଜୟନ୍ତ କୁମାର ଜେନା, ଅକ୍ଷୟ ପରିଡ଼ା ଶରତ ଜେନା, ସଦସ୍ୟା ସୁମିତ୍ରା ଜେନା, କବିତା ଜେନା ଓ ଉର୍ମିଳା ଜେନା ପ୍ରମୁଖ ପରିଚାଳନାରେ ସକ୍ରିୟ ଭାଗନେଇ କ୍ରୀଡା ପୁରସ୍କାର ବିତରଣ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭା ଶେଷରେ ସହକାରୀ ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ରିପୋର୍ଟ ମାତୃପ୍ରସାଦ ମହାନ୍ତି

Leave a Reply

Your email address will not be published. Required fields are marked *