ଓଁକାର ସଂଗଠନର 23 ତମ ବାର୍ଷିକ ଉତ୍ସବରେ ସିନେ ତାରକା ଦର୍ଶକଙ୍କ ମନ ମୋହିଲେ ।

ଜିଲ୍ଲା ଦେଶ ବିଦେଶ ଧର୍ମ ଓ ସଂସ୍କୃତି ବ୍ୟକ୍ତି ଓ ବ୍ୟକ୍ତିତ୍ୱ
Spread the love

ବରୀ,ତା ୧୩l୩।୨୦୨୩ ରିଖ ( ଯାଜପୁର ଏକ୍ସପ୍ରେସ ) ଓଁକାର ସୋସିଆଲ ଅର୍ଗାନାଇଜେସନ ଧାରପୁରର ୨୩ ତମ ଓଁକାର ସମ୍ମାନ ଉତ୍ସବ ବରୀ ବ୍ଳକ ଅନ୍ତର୍ଗତଃ ଧାରପୁର ପଞ୍ଚାୟତ କେନ୍ଦୁଆ ଠାରେ ରବିବାର ସନ୍ଧ୍ୟାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l କରୋନା ପ୍ରଭାବରୁ ସଂଗଠନର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ସମ୍ନାନ ଉତ୍ସବ ଦୁଇ ବର୍ଷ ବନ୍ଦ ରହିଥିଲା। ଏ ବର୍ଷ ଖୁବ ଧୁମଧାମରେ ପାଳନ କରାଯାଇଛି l

ମୁଖ୍ୟ ଅତିଥି ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ,ସିନେ ଜଗତର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ପ୍ରଦ୍ୟୁମ୍ନ ଲେଙ୍କା ପ୍ରଦୀପ ପ୍ରଜ୍ବଳନ କରି ଏହି ଉତ୍ସବକୁ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ମହାପାତ୍ର, ଇସା ବେବର୍ତ୍ତା, ପ୍ରଦ୍ୟୁମ୍ନ ଲେଙ୍କା, ସୋଫିଆ ଆଲାମ,ପ୍ରିୟଙ୍କା ମହାପାତ୍ର, ପ୍ରକାଶ ଜେନା,ପାୟଲ ଜେନା,ଶୁଭମ ପଣ୍ଡା,ସୁଧାଂଶୁ ମୋହନ ସାହୁ,ପ୍ରିୟବ୍ରତ୍ତ ପଣ୍ଡା ଏବଂ ସଂଗୀତ ଜଗତର ପଙ୍କଜ ଜାଲ,ଟି ସୌରୀ, ତାରିକ ଅଜିଜ,ସୁଭାଶିଷ ମହାକୁଡ଼,ମୋନାଲି ମଧୁସ୍ମିତା ଓ ଶିବ ପ୍ରସାଦ ଦାସ ପ୍ରମୁଖଙ୍କୁ ବିଧାୟିକା ଶ୍ରୀମତୀ ଦାସ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ


। ଷ୍ଟାର ମାନଙ୍କର ଡାଇଲଗ ଓ ଗୀତିକାର ମାନଙ୍କ ସଙ୍ଗୀତ ଦର୍ଶକଙ୍କ ମନ ମୋହିବାରୁ ସଙ୍ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ। ଓଁକାର ସଂଗଠନର ସଭାପତି ଦିଲୀପ ଜେନା ଏବଂ ଆୟୋଜକଙ୍କ ପକ୍ଷରୁ ଅଜୟ କୁମାର ଜେନା, ଅଶ୍ୱିନୀ କୁମାର ମହାପାତ୍ର, ବସନ୍ତ ଭୂୟାଁ, ତୁଷାର ଶାନ୍ତି, ମନୋଜ ମହାପାତ୍ର, ସୁଶାନ୍ତ ସାହୁ, ସୁରେଶ ମଲ୍ଲିକ, ବିଜୟ ସାହୁ, ଅନୀଲି ଲିଟିଲ ଓ ଗୁରୁଚରଣ ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *