ଶାରଦୀୟ ପୂଜାରେ ଜିସି କଲେଜ 1983-85 ବ୍ୟାଚର ରତ୍ନଗିରିରେ ବନ୍ଧୁ ମିଳନ ।

SPECIAL STORY ଜୀବନଚର୍ଯ୍ୟI ବ୍ୟକ୍ତି ଓ ବ୍ୟକ୍ତିତ୍ୱ ମନୋରଞ୍ଜନ
Spread the love

ବରୀ ତା 26.10.2023ରିଖ ( ଯାଜପୁର ଏକ୍ସପ୍ରେସ ), ବରୀ ବ୍ଲକ ଅଧିନ ରାମଚନ୍ଦ୍ର ପୁର ଠାରେ ପ୍ରତିଷ୍ଠିତ ବହୁ ପୁରାତନ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ 1983-85 ବ୍ୟାଚର ପୁରାତନ ଛାତ୍ର/ଛାତ୍ରୀଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୃଥିବୀ ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରି ପରିସରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ମଣିଷ ଜୀବନରେ ହଜିଲା ଦିନର ସାଉଁଟିଲା ସ୍ମୃତିରେ ପିଲାବେଳର ସାଙ୍ଗ ମାନଙ୍କ ସହ ଫୁରସତ ପାଇ କର୍ମ ଜଞ୍ଜାଳ ସମୟରୁ କିଛି ମୁହୂର୍ତ୍ତ ପାଇଁ ପରସ୍ପର ଭାବ ବିନିମିୟ କଲେ ଜୀବନ ପୁନଃ ନୂଆ ନୂଆ ପରି ଲାଗେ ।

ଏହି କଥାକୁ ପାଥେୟ କରି ଗୋପବନ୍ଧୁ ଚୌଧୁରୀ କଲେଜର 1983-85 ବ୍ୟାଚର କଳା, ବିଜ୍ଞାନ ଓ ବାଣିଜ୍ୟର ଅନେକ ଛାତ୍ରଛାତ୍ରୀ ହସଖୁସିରେ ବନ୍ଧୁ ମିଳନ ଓ ଭୋଜିଭାତରେ ମସଗୁଲ ହୋଇ ଏକ ନିଆରା ବନ୍ଧୁତ୍ୱର ନିଦର୍ଶନ ପ୍ରଦର୍ଶନ କରିବା ଭବିଷ୍ୟତ ପିଢ଼ି ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ କାଳନ୍ଦୀ ଜେନା, ନୃସିଂହ ବେହେରା, ମନୋଜ ବିଶ୍ୱାଳ, ଭକ୍ତବନ୍ଧୁ ବେହେରା, ପ୍ରଦୀପ ଦାସ, ଧୀରେନ୍ଦ୍ର ସାହୁ, ଆର୍ତ୍ତବନ୍ଧୁ ବେହେରା, ସ୍ବର୍ଣ୍ଣପ୍ରଭା ସାମଲ, ଗୁରୁଚରଣ ସାହୁ, କପିଳ ଜେନା, କୁଳମଣି ଦାସ, ଧୀରେନ୍ଦ୍ର ସ୍ୱାଇଁ, ଅରକ୍ଷିତ ବେହେରା, ଦେବାଶିଷ ଧଳ, ଗଗନ ବେହେରା ଓ ସଂଯତ କୁମାର ମହାନ୍ତି ପ୍ରମୁଖଙ୍କ ସହ ଆହୁରି ଅନେକ ପୁରାତନ ବନ୍ଧୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଏକ ସଂଗଠନ କରାଯାଇ ବହୁଜନହିତକର କାର୍ଯ୍ୟକ୍ରମ କରାଯିବା ସହ ଆସନ୍ତା ବର୍ଷ ଦୁର୍ଗାପୂଜାକୁ ବହୁ ଧୁମଧାମରେ ପାଳନ କରିବାକୁ ସ୍ଥିର କରା ଯାଇଥିବା ଜଣା ଯାଇଛି ।

Leave a Reply

Your email address will not be published. Required fields are marked *