ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ମହା ସମାରୋହରେ ପାଳିତ

ଜିଲ୍ଲା ଦେଶ ବିଦେଶ ରାଜ୍ୟ
Spread the love

ଯାଜପୁର, ତା ୧୭.୧୧.୨୦୨୩ ରିଖ ( ଯାଜପୁର ଏକ୍ସପ୍ରେସ ) । ଗତକାଲି ୧୬ ତାରିଖ ଗୁରୁବାର ଦିନ ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ତରଫରୁ ଜାତୀୟ ପ୍ରେସ ଦିବସ ସମାରୋହ ୨୦୨୩ ଜିଲ୍ଲା ସମ୍ମିଳନୀ କକ୍ଷରେ ୧୦ ଘଣ୍ଟା ୧୫ ମିନିଟିରେ ସଫଳ ରୂପେ ପାଳିତ ହୋଇ ଯାଇଛି । ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶୁଭେନ୍ଦୁ କୁମାର ସାମଲଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଯାଜପୁର ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ।

ଅନ୍ୟତମ ସମ୍ନାନିତ ଅତିଥି ଭାବେ ସର୍ବଶ୍ରୀ  ଯାଜପୁର ଜିଲ୍ଲା ପରିଷଦ ଉପ ସଭାପତି ଗଣେଶ୍ୱର ବରାଳ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ( ପ୍ରଶାସନ ) ନବକ୍ରିଷ୍ଣ ଜେନା, ଯାଜପୁର ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗୋପୀନାଥ କୁଁଅର ଯୋଗଦେଇ ସାମ୍ପ୍ରତିକ ସମୟରେ ସାମ୍ବାଦିକ ବନ୍ଧୁମାନେ ଅନ୍ୟ ତିନିଗୋଟି ସମ୍ଭ ପ୍ରତି ସଚେତନ ରହି ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରି ଜନ ସମ୍ପର୍କ ଓ ସଚେତନେତା ପ୍ରତି ଅଙ୍ଗୀକାର ବଦ୍ଧ ହେଲେ ଚତୁର୍ଥ ସ୍ତମ୍ଭର ସମ୍ନାନ ଦେଶ ବିଦେଶରେ ଉଦ୍ଭାସିତ ହେବ । ଜାତୀୟ ପ୍ରେସ ଦିବସ ସମାରୋହକୁ ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ଓ ବିଭାଗୀୟ ଅନ୍ୟାନ୍ୟ ସହକାରୀ ଅଧିକାରୀ, କର୍ମଚାରୀ ପ୍ରମୁଖ ଭୂମିକା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ମିଡ଼ିଆର ୫୦ ରୁ ଅଧିକ ସାମ୍ବାଦିକ ମାନେ ଯୋଗଦେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଛନ୍ତି । ଯାଜପୁରରୁ ମାତୃପ୍ରସାଦ ମହାନ୍ତିଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *